Kniha Muhurte Moksha Pramod Mallick

Muhurte Moksha

Jazyk: Urijština
Väzba: Brožovaná
Vydavateľ: BLACK EAGLE BOOKS
Dostupnosť: Skladom u dodávateľa
Odosielame za 14-21 dní
13.53
ଭାବ କେତେବେଳେ ଛଳଛଳ ତ ଆଉ କେତେବେଳେ ସ୍ତବ୍ଧ। ତାହା ତରଙ୍ଗାୟିତ ହୋଇ ଉଠେ ତ ଧ୍ଵନି ସୃଷ୍ଟି କରେ । ଶବ୍ଦ ଧ୍ଵନିରେ ଝଙ୍...

Informácie o knihe

Jazyk
Urijština
Väzba
Kniha - Brožovaná
Vydalo
2023
Stránok
94
EAN
9781645604754
ISBN
1645604756
Enbook ID
44446979
Vydavateľ
Hmotnosť
131
Rozmery
140 x 216 x 5

Kompletný popis

ଭାବ କେତେବେଳେ ଛଳଛଳ ତ ଆଉ କେତେବେଳେ ସ୍ତବ୍ଧ। ତାହା ତରଙ୍ଗାୟିତ ହୋଇ ଉଠେ ତ ଧ୍ଵନି ସୃଷ୍ଟି କରେ । ଶବ୍ଦ ଧ୍ଵନିରେ ଝଙ୍କାର ତୋଳେ । ସେ ଭାବ ଏକ ତନ୍ମୟୀ ଭାବ ।ମନ ପ୍ରାଣକୁ ଚହଲାଇ ଦିଏ ।ଶ୍ରୋତା ଶୁଣେ ତ ହୃଦୟ ଭିତରକୁ ନେଇ ଗୁଣୁଗୁଣୁ ହୁଏ ଏକ ଆତ୍ମୀୟ ଭାବ ସ୍ପନ୍ଦନରେ ।ଏହି ସ୍ପନ୍ଦନ ତିଆରି କରିବାର ସାମର୍ଥ୍ୟ ଯେଉଁ ଭାବରେ ଥାଏ ତାହା ହିଁ ତାହାରି ଐଶ୍ୱର୍ଯ୍ୟ । ତାହା ହିଁ ଛିଡ଼ା ହୋଇ ଯାଏ କବିତାର ରୂପ ଓ ଗୁଣର ଅଧିକାରିଣୀ ହୋଇ । ଆଉ ଭାବ ଯେତେବେଳେ ମନ ପ୍ରାଣ ଭିତରେ ସ୍ତବ୍ଧ ହୋଇ ରହିଥାଏ ତାହା କ'ଣ ଗୋଟିଏ ଗଢିବାର ବା ନୂଆ ଏକ ସ୍ରୋତ ତିଆରି କରିବାର ପରିକଳ୍ପନାରେ ରହିଥାଏ । ଏଥି ପାଇଁ ଶବ୍ଦ ଖୋଜେ ବା ଶବ୍ଦମାନେ ଚଢ଼େଇ ପରି ତା ପାଖକୁ ଉଡ଼ିଉଡ଼ି ଆସନ୍ତି । ସେମାନଙ୍କ ଭାବ ଧ୍ବନି ଆଉ କଣ କି ? ତାହା ତ ଅନ୍ତରାତ୍ମାର ଧ୍ଵନି ! ଭାବ ସମ୍ପଦ ଓ ଶବ୍ଦ ମିଶି ଗଢନ୍ତି ଯେଉଁ ପ୍ରତିମା, ତାହା ଚଳମାନ ଓ ସବାକ ନୈରାତ୍ମା-ତାହା ବୋଧ ହୁଏ କବିତା !

            ଏହି ଭାବ ଓ ଅନ୍ତରାତ୍ମାର ଧ୍ଵନି ଯେଉଁଠି ପବିତ୍ର ଓ ଶୁଦ୍ଧ ସେଇଠି ଭୋର୍ ବେଳାର ଆରମ୍ଭ । ଏସବୁ କହିବାର ଅଭିପ୍ରାୟ ହେଉଛି ଯୁବକବି ପ୍ରମୋଦ ମଲ୍ଲିକଙ୍କ କାବ୍ୟ ଯାତ୍ରା ସଂପର୍କରେ କିଛି ସୂଚନା ଦେବା । ଏହି କବି ନବାଗତ ନୁହଁନ୍ତି,ଢେର୍ ଦିନ ହେଲା କବିତା ଲେଖିଲେଣି । ପ୍ରଥମ କବିତା ସଂକଳନ "ମାୟା ମୁହାଣ" ପ୍ରକାଶିତ ହୋଇ କବିତା ପ୍ରେମୀମାନଙ୍କ ଦ୍ଵାରା ଗ୍ରହଣୀୟ ଓ ପ୍ରଶଂସିତ ହୋଇ ସାରିଛି । ଏବେ " ମୁହୂର୍ତ୍ତେ ମୋକ୍ଷ" ହେଉଛି ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ରହିଛି ମୋଟ ସଇଁତିରିଶିଟି କବିତା ଯାହା ଆମ ସାମାଜିକ ଜୀବନରେ ବହୁ ପ୍ରସ୍ଥକୁ ଛୁଇଁଛି,ଅନୁଭବିଛି । ସେହିପରି କିଛି ଏକାନ୍ତ ଆତ୍ମୀୟ ଅନୁଭବ ଖୁବ୍ ଚମତ୍କାର ଢଙ୍ଗରେ ସାର୍ବଜନୀନ ଭାବ ସତ୍ତାକୁ ସ୍ପର୍ଶ କରିବାର ସାମର୍ଥ୍ୟ ବହନ କରିଛି ।

Zákazníci, ktorí si kúpili túto knihu, kúpili tiež

Lokale Rechnernetze

Bernd Lindemann
50.33
11.67

General Law

Brito Ana Carolina Brito
53.47

Little Leader

Rachel White
12.35